Women Robbed Sarees Worth Rs 7 lakh
ଦିନ ଦ୍ୱିପ୍ରହରରେ ବୟନିକା ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ପାଟ ଶାଢ଼ୀ ଲୁଟି ନେବାର ଏକ ଘଟଣା ଘଟିଛି । ଏହାଏ ଘଟଣା ଘଟିଛି ଅନୁଗୁଳ ରେ । ଇନୋଭା କାର୍‌ରେ ଆସିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ ମଧ୍ୟରେ ୬ ଜଣ ଥିଲେ ମହିଳା ।
 
ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶାଢ଼ୀ ଦେଖିବା ବାହାନାରେ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଲୁଟେରାମାନେ ୨୫ଟି ଦାମୀ ପାଟ ଶାଢ଼ୀ ନେଇ ଯାଇଛନ୍ତି । ଲୁଟେରାଙ୍କ ସମ୍ପର୍କରେ ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଲୁଟେରାମାନେ ଶାଢ଼ୀ ଦେଖିବା ବାହାନାରେ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଶାଢ଼ୀ ଲୁଟି ନେଇ ଯାଇଛନ୍ତି । ଷ୍ଟୋରର କର୍ମଚାରୀ ଭଳିକି ଭଳି ଶାଢ଼ି ଦେଖାଉଥିବା ବେଳେ କେତେକ ଧୂର୍ତ୍ତ ମହିଳା ଜଙ୍ଘରେ ଏକାଧିକ ଦାମୀ ଶାଢ଼ିକୁ ଲୁଚାଇ କାର୍ ରେ ଛାଡି ଆସୁଥିଲେ ।
 
ଲୁଟେରାମାନେ ସୋ-ରୁମ୍‌ରେ ପହଞ୍ଚିବା ପରେ କର୍ମଚାରୀଙ୍କ ସହ ସାଧାରଣ ଭାବରେ କଥା ହେଉଥିଲେ । ଲୁଟେରାମାନେ ସୋ-ରୁମ୍‌ରୁ ଲୁଟି ନେଇଯାଇଥିବା ଶାଢ଼ୀଗୁଡିକର ମୋଟ ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କା ବୋଲି ସୋ-ରୁମ୍‌ ମାଲିକ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *