ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେ। ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ସୋମବାର ସନ୍ଧ୍ୟା ୫ଟା ୨୨ ମିନିଟ୍ ସମୟରେ ପୁଅ ଆନନ୍ଦ ଭୋସଲେ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସକାଳ ସାଢ଼େ ୧୦ଟାରୁ ଆରମ୍ଭ କରି ଅପରାହ୍ନ ୨ଟା ଯାଏ କସା ଗ୍ରାଣ୍ଡେଠାରେ ଆଶାଙ୍କ ଅନ୍ତିମ ଦର୍ଶନ ପାଇଁ ଆୟୋଜିତ ହୋଇଥିଲା । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା, କ୍ରୀଡ଼ାବିତ୍, କଣ୍ଠଶିଳ୍ପୀମାନେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶାଙ୍କୁ ଶେଷ ଦର୍ଶନ କରିବାକୁ ପହଁଚିଥିଲେ। ଏହା ପରେ ଆଶା ତାଇଙ୍କ ପାର୍ଥିବ ଶରୀର ବିରାଟ ଶୋଭାଯାତ୍ରାରେ ଶ୍ମଶାନ ଘାଟ ଅଭିମୁଖେ ବାହାରିଥିଲା। ରାସ୍ତାରେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ମଧ୍ୟ ଆଖିରେ ଆଖିଏ ଲୁହ ଭରି ପ୍ରିୟା ଗାୟିକାଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଥିଲା। ଉଲ୍ଲେଖ ଯୋଗ୍ୟ, ଆଶା ଭୋସଲେ ଗତ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । Post navigation Digital Census 2027: ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ