Asha Bhosle Suffers Cardiac Arrest, Admitted To hospital
ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ । ହୃଦଘାତ କାରଣରୁ ସେ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।
 
୯୨ ବର୍ଷୀୟା ଆଶା ଭୋସଲେ ହେଉଛନ୍ତି ଭାରତୀୟ ସଙ୍ଗୀତର ଏକ ଅନନ୍ୟ ପରିଚୟ । ତାଙ୍କର ଯାଦୁଗରୀ କଣ୍ଠ ସ୍ୱର ଶ୍ରୋତାଙ୍କୁ ବିମୋହିତ କରିଥାଏ । ସେ ଭିନ୍ନ ଭିନ୍ନ ଭାଷାରେ ୧ ହଜାରରୁ ଅଧିକ ଗୀତ ଗାଇଛନ୍ତି । 
 
୧୯୪୩ ମସିହାରେ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିବା ଆଶା ୭୦ ବର୍ଷରୁ ଅଧିକ ସମୟ ଧରି ଗୀତ ଗାଇଛନ୍ତି । ୨୦୦୦ ମସିହାରେ ସେ ଦାଦା ସାହେବ ଫାଲକେ ପୁରସ୍କାର ଓ ୨୦୦୮ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *