ଆଜି ୧ ଏପ୍ରିଲ୍ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ୭୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପଦକ (ଡିଜିପି ପଦକ) ପ୍ରଦାନ କରାଯାଇଛି । କଟକର ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ଅଧିକାରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଡିଜିପି ଖୁରାନିଆ ପୁଲିସ ସେବାରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସେ ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶା ପୁଲିସର ସ୍ଥାପନା ହୋଇଥିଲା । ଗତ ୯୧ ବର୍ଷର ଏହି ଯାତ୍ରା ସଂଘର୍ଷ, ସମର୍ପଣ ଓ ସଫଳତାର ଏକ ଗୌରବମୟ ଅଧ୍ୟାୟ ବୋଲି ଡିଜିପି ଉଲ୍ଲେଖ କରିଛନ୍ତି । Post navigation Visa Application Centre In Bhubaneswar: ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ