ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ପରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଟିଏମସି ପ୍ରଥମ ପର୍ଯ୍ୟାୟରେ ୨୯୪ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ନୁହେଁ ଭବାନୀପୁର ଆସନରୁ ଲଢ଼ିବାକୁ ଯାଉଛନ୍ତି । ଏହି ଦୁଇଟି ଆସନରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ସୋମବାର ବିଜେପି ୧୪୪ ଆସନ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।

୨୦୨୧ ନିର୍ବାଚନରେ ନନ୍ଦୀଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିବା ମମତା ଏଥର ଭବାନୀପୁରରେ ଶୁଭେନ୍ଦୁଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୨୬ଟି ଆସନରେ ଜିତିବ । ଗତକାଲି ବିଜେପି ୧୪୪ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା ।

ଏପ୍ରିଲ ୨୩ରେ ୧୫୨ଟି ଏବଂ ୨୯ରେ ୧୪୨ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଏବଂ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *