ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଦେଶରେ ଦେଖାଦେଇଛି ଗ୍ୟାସ୍ ସଙ୍କଟ । ଏହାରି ଭିତରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏଲପିଜି ଗ୍ରାହକଙ୍କ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ (e-KYC) ପୂରଣ କରିବା ବାଧ୍ୟତାମୂଳକ ହୋଇଛି । ତେବେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ କରିଛନ୍ତି ଯେ କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା କରାଯାଇଛି । ସମସ୍ତ LPG ଉପଭୋକ୍ତାଙ୍କ ପାଇଁ e-KYC କରିବା ଆବଶ୍ୟକତା ନାହିଁ । କୌଣସି କ୍ଷେତ୍ରରେ ବି LPG ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି କହିଛି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ । ଯଦି PMUY ଉପଭୋକ୍ତା ନୁହନ୍ତି, ପୂର୍ବରୁ e-KYC କରିଛନ୍ତି, ତେବେ ଦରକାର ନାହିଁ । PMUY ଉପଭୋକ୍ତା ପ୍ରତି ବର୍ଷ e-KYC କଲେ ସବସିଡି DBTରେ ପାଇବେ ବୋଲି ମନ୍ତ୍ରଣାଳୟ କହିଛି । ଏହା ସତ୍ୟ ଯେ କେନ୍ଦ୍ର ସରକାର ଅନଧିକୃତ LPG ବ୍ୟବହାରକାରୀଙ୍କ ଚିହ୍ନଟ କରିବା ଏବଂ ସେମାନଙ୍କ ପାଇଁ e-KYC କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଯେ ସରକାରୀ ସବସିଡି ଯୋଗ୍ୟ ଉପଭୋକ୍ତାଙ୍କ ପାଖକୁ ପହଞ୍ଚିବା ଏବଂ ଅନଧିକୃତ ବ୍ୟବହାରକାରୀଙ୍କ ଚିହ୍ନଟ କରିବା । Post navigation West Bengal Elections: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କଲା ବିଜେପି; ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ TMC Candidates List: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଟିଏମସି