ରାଜ୍ୟସଭା ନିର୍ବାଚନର ଫଳାଫଳ ଆସିଯାଇଛି । ରୋଚକ ହୋଇଛି ରାଜ୍ୟସଭା ନିର୍ବାଚନ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ମଧ୍ୟ ବିଜୟୀ ହୋଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସେ କର୍ପୋରେଟ୍ ଦୁନିଆ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ୨୦୨୪ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ି ସଂତୃପ୍ତ ମିଶ୍ର ପରାଜୟର ସାମ୍ନା କରିଥିଲେ । କିନ୍ତୁ ପୁଣି ଥରେ ଦଳ ତାଙ୍କ ଉପରେ ଭରସା ପ୍ରକଟ କରିଥିଲା ରାଜ୍ୟସଭା ପ୍ରାର୍ଥୀ କରି। ଆଉ ଏବେ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ସୂଚନା ଯୋଗ୍ୟ; ରାଜ୍ୟସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଦଳର ମୁଖିଆଙ୍କ କଥାକୁ ଏଡ଼ାଇ କ୍ରସ ଭୋଟିଂ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ପ୍ରାୟ ୭୯ ବିଧାୟକ ଏବଂ ସ୍ୱାଧୀନ ସମର୍ଥନ ସହିତ ବିଜେପି ଦୃଢ଼ ବହୁମତ ହାସଲ କରି ଆରାମରେ ପ୍ରଥମ ଦୁଇଟି ଆସନକୁ ନିଜର ଆଧିକାରିକ ପ୍ରାର୍ଥୀଙ୍କ ପାଇଁ ସୁରକ୍ଷିତ କରିନେଇଥିଲା। ବାକି ଦୁଇଟି ଆସନ ପାଇଁ ପ୍ରକୃତ ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ଯେଉଁଠାରେ କ୍ରସ୍-ଭୋଟିଂ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।

ଏହାରି ମଧ୍ୟରେ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି । ସର୍ବାଧିକ ଭୋଟ୍‌ ସହ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ମଧ୍ୟ ବିଜୟୀ ହୋଇଛନ୍ତି । ସେହିପରି ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେଡି କଂଗ୍ରେସର କମନ୍‌ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାସ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *