ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ, ହ୍ୱିପ୍ ସତ୍ତ୍ୱେ ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅଭିଯୋଗରେ ବିଜୁ ଜନତା ଦଳ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ ଦେବାକୁ ହ୍ବିପ ଜାରି ହୋଇଥିଲେ ମଧ୍ୟ ସେମାନେ ବୈଠକରେ ଯୋଗ ଦେଇନାହାନ୍ତି । ବୈଠକରେ ସେମାନଙ୍କର ଅନୁପସ୍ଥିତି ଦଳ ଭିତରେ ଆଭ୍ୟନ୍ତରୀଣ ଚିନ୍ତା ସୃଷ୍ଟି କରିଛି । ତେଣୁ ୧୫ ମାର୍ଚ୍ଚ ରାତି ୯ଟା ସୁଦ୍ଧା ନବୀନ ନିବାସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା । Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର Kalabaisakhi Wreaks Havoc: ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ