ଏସଆଇଆରକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟସଭା ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱନକୁଲେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକ ମାନଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଏସଆଇଆରକୁ ନେଇ ରାଜ୍ୟ ବିଜେପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବ । ଗାଁ କୁ ଯିବେ ନେତା, ସବୁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ଏସଆଇଆର କର୍ମଶାଳା । ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ସମସ୍ତ ବିଧାୟକ ମାନଙ୍କ ସହ ବୈଠକରେ ଆଲୋଚନା ହୋଇଛି । ଭୋଟିଙ୍ଗ ନେଇ ଟ୍ରେନିଂ ଦିଆଯିବ, ଟ୍ରେନିଂ ପରେ ବସ୍ ଯୋଗେ ପାରାଦ୍ୱୀପ ଯିବେ ସମସ୍ତ ବିଜେପି ବିଧାୟକ । Post navigation Rajya Sabha Elections: ବିଜେପି ଘୋଡ଼ା ବେପାର କରୁଛି କହିଲେ ନବୀନ, କାଉଣ୍ଟର କଲେ ଜୟନାରାୟଣ, ପ୍ରତାପ ଷଡଙ୍ଗୀ No LPG Shortage in India: ପେଟ୍ରୋଲ୍ ଓ ଡିଜେଲ୍ କୌଣସି ଠାରେ ମଧ୍ୟ ଅଭାବ ନଥିବା ସୂଚନା ଦେଇଛି ପେଟ୍ରୋଲିୟମ ମନ୍ତ୍ରାଳୟ