PM-Kisan 22nd instalment released to over 9.32 crore farmers
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ଗୌହାଟୀରେ ଦେଶର ଅନ୍ନଦାତାଙ୍କୁ ‘ପିଏମ୍-କିଷାନ ଯୋଜନା’ର ୨୨ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା ।
 
ସାରା ଦେଶର ୯.୩୨ କୋଟିରୁ ଅଧିକ ଚାଷୀ DBT ମାଧ୍ୟମରେ ₹୧୮,୬୪୦ କୋଟିରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏଥିରେ ଓଡ଼ିଶାର ୩୪ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ₹୬୮୪ କୋଟି ସହାୟତା ପ୍ରଦାନ କରାଯାଇଛି ।
 
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
 
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ହେଉଛି ଯୋଗ୍ୟ ଚାଷୀ ପରିବାରକୁ ଆୟ ସହାୟତା ପ୍ରଦାନ କରିବା ପାଇଁ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏକ କେନ୍ଦ୍ର ସରକାରଙ୍କ ଯୋଜନା । ଏହି ଯୋଜନା ଅଧୀନରେ, ଚାଷୀମାନେ ପ୍ରତିବର୍ଷ ୬,୦୦୦ ଟଙ୍କା ପାଆନ୍ତି । ୨୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଏ ।
PM-Kisan 22nd instalment released to over 9.32 crore farmer

By Nirvay

Leave a Reply

Your email address will not be published. Required fields are marked *