ଦେଶର ପ୍ରଥମ ଇଚ୍ଛାମୃତ୍ୟୁ ଆବେଦନକୁ ମିଳିଲା ଅନୁମତି । ଦେଶର ପ୍ରଥମ ଇଚ୍ଛା ମୃତ୍ୟୁ ଆବେଦନକୁ ସର୍ବୋଚ୍ଚ ଅଦାଲତ ମଞ୍ଜୁରି ପ୍ରଦାନ କରିଛନ୍ତି । ପଞ୍ଜାବର ୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ। ଦୀର୍ଘ ୧୩ ବର୍ଷ ହେଲା କୋମାରେ ପଡ଼ି ଚିକିତ୍ସିତ ହେଉଛନ୍ତି ହରିଶ୍ । ୨୦୧୮ ମସିହାରେ ସମ୍ମାନର ସହ ମରିବାର ଅଧିକାରକୁ ସ୍ୱୀକୃତି ମିଳିବା ପରେ ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ମାମଲା ଯେଉଁଥିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜେବି ପାରିଦୱାଲା ଏବଂ ବିଚାରପତି କେଭି ବିଶ୍ୱନାଥନ ଇଚ୍ଛା ମୃତ୍ୟୁ ଆବେଦନର ଶୁଣାଣି କରିଥିଲେ । ବିଚାରପତି କହିଥିଲେ, ଭଗବାନମାନେ କୌଣସି ମଣିଷକୁ ପଚାରନ୍ତି ନାହିଁ ଯେ ସେ ଜୀବନକୁ ଗ୍ରହଣ କରେ କି ନାହିଁ, ତୁମକୁ ତାହା ଗ୍ରହଣ କରିବାକୁ ପଡିବ । ବିଚାରପତି ଆମେରିକା ମନ୍ତ୍ରୀ ହେନେରୀଙ୍କ ବାକ୍ୟକୁ ଉଦ୍ଧୃତ କରିକହିଥିଲେ, ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ କୋର୍ଟକୁ ପଚରାଯାଏ ଯେ ଲୋକମାନେ ମରିବାକୁ ବାଛିପାରିବେ କି ନାହିଁ।” ଜଷ୍ଟିସ ପାରଦିୱାଲା ୱିଲିୟମ୍ ଶେକ୍ସପିୟରଙ୍କ ହାମଲେଟ୍ “ଟୁ ବି ଅର ନଟ୍ ଟୁ ବି”ର ପ୍ରସିଦ୍ଧ ଧାଡି ଉଦ୍ଧୃତ କରିଥିଲେ ଏବଂ କହିଥିଲେ ଯେ ଏହାକୁ “ମରିବା ଅଧିକାର” ନିର୍ଣ୍ଣୟ କରିବା ପାଇଁ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଲାଇଫ୍ ସପୋର୍ଟ ସିଷ୍ଟମ ପ୍ରତ୍ୟାହାର ଦୁଇଟି ଆଧାର ଉପରେ ହେବା ଉଚିତ: ହସ୍ତକ୍ଷେପ ଚିକିତ୍ସା ଭାବରେ ଯୋଗ୍ୟତା ଅର୍ଜନ କରିବା ଉଚିତ ଏବଂ ଏହା ରୋଗୀଙ୍କ ସର୍ବୋତ୍ତମ ସ୍ୱାର୍ଥରେ ହେବା ଉଚିତ। ୧୩ ବର୍ଷ ପୂର୍ବେ ହରିଶ ରାଣା ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ୨୦୧୩ରେ ପିଜିରେ ରହୁଥିବାବେଳେ ଚତୁର୍ଥ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । ସେବେଠାରୁ ସେ ଲାଇଫ୍ ସର୍ପୋଟ୍ ସିଷ୍ଟମରେ ଜୀବନ ବିତାଉଥିଲେ । ପାଇପରେ ଖାଦ୍ୟ ଖାଇାବା ସହିତ କେବଳ ବେଡ଼ରେ ହିଁ ପଡ଼ି ରହୁଥିଲେ । ସେପଟେ ବୃଦ୍ଧ ବାପା ମାଆ ପୁଅର ସେବା କରି ଥକି ଯାଇଥିଲେ । ଦୀର୍ଘ ୧୩ ବର୍ଷ ହେଲା ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁନି ନାହିଁ ବୋଲି ମେଡ଼ିକାଲ ରିପୋର୍ଟରେ କୁହାଯାଇଛି । ଯାହାର ଆଧାରରେ ସୁପ୍ରିମକୋର୍ଟ ଇଚ୍ଛା ମୃତ୍ୟୁ ଆବେଦନକୁ ଅନୁମୋଦନ କରିଛନ୍ତି । Post navigation Rice ATM In Odisha: ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM Wood And Coal Stoves: ହଟିବ କାଠ ଓ କୋଇଲା ଚୁଲା କଟକଣା