ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସୋମବାର ତେଲ ମୂଲ୍ୟ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୧୧୦ ଡଲାର ଅତିକ୍ରମ କରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରୁ ଶକ୍ତି ଯୋଗାଣକୁ ବାଧା ଦେଇପାରେ। ସାଢ଼େ ତିନି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ତେଲ ୧୦୦ ଡଲାର ଅତିକ୍ରମ କରିଛି। ପୂର୍ବରୁ ଶୁକ୍ରବାର ଦିନ ତେଲର ମୂଲ୍ୟ ପ୍ରାୟ ୯୦-୯୨ ଡଲାର ଥିଲା। ୨୦୨୨ ମସିହାରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ତେଲ ଏହି ସ୍ତର ଅତିକ୍ରମ କରିଛି।

ପ୍ରାରମ୍ଭିକ ବାଣିଜ୍ୟରେ ଅଶୋଧିତ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକା ବେଞ୍ଚମାର୍କ ତେଲ ୧୭.୨୩% ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୧୦୬.୫୬ ରେ ପହଞ୍ଚିଲା। ବିଶ୍ୱ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ୧୫.୩୫% ବୃଦ୍ଧି ପାଇ ୧୧୦ରେ ପହଞ୍ଚିଲା।

କିଛି ସମୟ ଭିତରେ, ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୧୦ ଡଲାର ଅତିକ୍ରମ କରିଛି, ଯାହାକି ମୂଲ୍ୟରେ ବହୁତ ଅଧିକା ବୋଲି କୁହାଯାଉଛି। ଯୁଦ୍ଧ ଯୋଗୁଁ ଉତ୍ପାଦନ ଏବଂ ପରିବହନରେ ବାଧା ସୃଷ୍ଟି ହୋଇଛି, ଯାହା ଯୋଗାଣକୁ ନେଇ ଚିନ୍ତା ପରିସ୍ଥିତି ସୃଷ୍ଟି କରିଛି। ଏଲପିଜି ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି

ଶେଷରେ ତେଲ ମୂଲ୍ୟରେ ତୀବ୍ର ହ୍ରାସ ଘଟିଥିଲା। ଆମେରିକା ବେଞ୍ଚମାର୍କ ପ୍ରତି ବ୍ୟାରେଲ ୯୦.୯୦ ଡଲାର ଏବଂ ବିଶ୍ୱ ବେଞ୍ଚମାର୍କ ୯୨.୬୯ରେ ବନ୍ଦ ହୋଇଥିଲା। ପୂର୍ବରୁ ସମଗ୍ର ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଦଶମ ଦିନରେ ପ୍ରବେଶ କରିବା ସମୟରେ ଏହି ବୃଦ୍ଧି ଘଟିଛି। ଯେତେବେଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ତେହେରାନରେ ଇନ୍ଧନ ଡିପୋ ସମେତ ଇରାନ ସାମରିକ ଏବଂ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ ବର୍ତ୍ତମାନର ତୈଳ ମୂଲ୍ୟ ଆମେରିକା ତଥା ବିଶ୍ୱର ସୁରକ୍ଷା ପାଇଁ ଏହି ମୂଲ୍ୟ ବହୁତ କମ୍ । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି, ଇରାନର ପରମାଣୁ କ୍ଷମତା ସମାପ୍ତ ହେବା ପରେ କ୍ଷଣସ୍ଥାୟୀ ତେଲ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବ। ସେ ଜୋର ଦେଇ କହିଛନ୍ତି, କେବଳ ମୂର୍ଖମାନେ ପରିସ୍ଥିତିକୁ ଭିନ୍ନ ଭାବରେ ଦେଖିବେ। ଏହା ଆମେରିକା ଓ ବିଶ୍ୱର ସୁରକ୍ଷା ତଥା ଶାନ୍ତି ପାଇଁ ଏକ ଛୋଟ ମୂଲ୍ୟ।

Leave a Reply

Your email address will not be published. Required fields are marked *