ଆଜି ଟି-୨୦ ବିଶ୍ୱକପ ଫାଇନାଲ୍‌ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଟାଇଟଲ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ନ୍ୟୁଜିଲାଣ୍ଡ ।ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ତା’ର ତୃତୀୟ ଟି-୨୦ ବିଶ୍ୱକପ୍ ଜିତିବାକୁ ଚେଷ୍ଟା କରିବ। ଏ ପର୍ଯ୍ୟନ୍ତ କୌଣସି ଦଳ ଏହି ସଫଳତା ହାସଲ କରିନାହିଁ।

ଆଜି ଆରମ୍ଭ ହେବାକୁ ଥିବା ଏହି ଐତିହାସିକ ଟକ୍କର ଲାଗି ଦୁଇ ଫାଇନାଲିଷ୍ଟ୍‌ ଭାରତ ଓ ନ୍ୟୁଜିଲାଣ୍ଡ ଜୋରଦାର ଅଭ୍ୟାସ କରିଛି । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ ।

Leave a Reply

Your email address will not be published. Required fields are marked *