ଖରାରେ ଆସୁଛି ବର୍ଷା। ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ସେଥିପାଇଁ କାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର , ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଛି । ଅନ୍ୟ ୧୮ଟି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା । ୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଓ ୧୦ ତାରିଖରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଫଳରେ କାଲିଠୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ ବିଜୁଳି ଘଡଘଡି ମଧ୍ୟ ହେବ। ଏହା ସହ ୪୦ କିମି ବେଗରେ ପବନ ବହିବ। ଅନ୍ୟପଟେ ସେହିପରି ରାଜ୍ୟରେ ପ୍ରବଳ ଖରା ଗରମ ନେଇ ଏବେଠୁ ସତର୍କ କଲାଣି ପାଣିପାଗ ବିଭାଗ । ଆଗାମୀ ଦୁଇ ଦିନ ଧରି ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । Post navigation Sulphuric Acid Plant At IFFCO Paradeep: ଇଫ୍କୋ ସଲ୍ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍ଘାଟନ କଲେ ଅମିତ ଶାହ; ଧନ୍ୟବାଦ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Sensational War Coverage: ୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍ପେଣ୍ଡ