kejriwal-sisodia-acquitted-by-court-in-delhi-liquor-policy-case
ମଦ ନୀତି ମାମଲାରେ ପୂର୍ବତନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ମନୀଷ ଏବଂ ଅରବିନ୍ଦଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି କୋର୍ଟ । କୋର୍ଟ କେଜ୍ରିୱାଲଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବନ୍ଦ କରିଦେଇଛନ୍ତି ଏବଂ ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
 
ମାମଲାର ଶୁଣାଣି ସମୟରେ, କୋର୍ଟ CBI ର ଚାର୍ଜସିଟ୍ ଉପରେ ପ୍ରଶ୍ନ କରିଛି । CBI ଦ୍ୱାରା ପ୍ରଦାନ କରାଯାଇଥିବା କାଗଜପତ୍ର ଚାର୍ଜସିଟ୍ ସହିତ ମେଳ ଖାଉନାହିଁ ବୋଲି କହି ସିବିଆଇକୁ ତ୍ରୁଟିପୂର୍ଣ୍ଣ ଯାଞ୍ଚ ପାଇଁ କୋର୍ଟ ଭର୍ତ୍ସନା କରିଛି ।
 
ଦୋଷମୁକ୍ତ ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ଦୁର୍ନୀତିଗ୍ରସ୍ତ ନୁହେଁ । କୋର୍ଟ ତାଙ୍କୁ ଏବଂ ମନୀଷ ସିସୋଦିଆକୁ ସଚ୍ଚୋଟ ବୋଲି କହିଛନ୍ତି । ଆଜି, କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *