ଦେବ ଦେବ ମହାଦେବ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଆଜି ସମ୍ପର୍ଣ୍ଣ ହୋଇଛି । ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଯାୟୀ, ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ ରହିଛି । ଏହି ଦିନ ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ , ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢ଼ାଯାଇଥିଲା । ପଙ୍କୋଦ୍ଧାର ଏକାଦଶୀରେ ଭକ୍ତମାନେ ପବିତ୍ର ଦ୍ରବ୍ୟକୁ କାଢିଥାନ୍ତି ଏବଂ ବର୍ଷକରେ ଥରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ପାଇ ଆହ୍ଲାଦିତ ହୋଇଥାନ୍ତି । ଏହି ଅବସରରେ ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଗତମଙ୍ଗଳ ଦୀପ ଜଳିବ । ସେପଟେ ଆଉ ଗୋଟିଏ ଦିନ ପରେ ମହା ଶିବରାତ୍ରି ଅନୁଷ୍ଠିତ ହେବ । ଯାହାକୁ ନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି । Post navigation Kanhu Charan Lenka Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ New NACs In Bhadrak: ଭଦ୍ରକର ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ