ପୂର୍ବତନ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ କୋର୍ଟ ଜାମିନ ଦେଇଛନ୍ତି । ଏହି ମାମଲାରେ ୧୬ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସେ ପ୍ରଥମ ଜାମିନଦାର । ରାମେଶ୍ଵରମ ଛକରୁ ବାଇକ୍ ଚୋରି କରି ହତ୍ୟାରେ ବ୍ୟବହାର କରିଥିଲା ରାଜେନ୍ଦ୍ର ।

ଏହି ସମୟରେ, କୋର୍ଟ ଅନ୍ୟ ଜଣେ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ବୁଧବାର ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଡଭୋକେଟ ଚକ୍ରପାଣି ନାହାକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଡଭୋକେଟ ପୀତବାସ ପଣ୍ଡାଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ପ୍ରାୟ ୧୬ ଜଣଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ମାମଲାର ତଦନ୍ତ ବର୍ତ୍ତମାନ ଚାଲିଛି।

ଗତ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୁଟର୍ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୁଳି କରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଶୀତଳାପଲ୍ଲୀରେ ହେଲମେଟ୍ ଏବଂ ବନ୍ଧୁକ ଲୁଚାଇ ରଖିଥିଲେ ଏବଂ ରାମେଶ୍ୱରମରେ ବାଇକ୍ ରଖି ବସରେ ପଳାଇଯାଇଥିଲେ । ସେହି ଅଞ୍ଚଳର ରାଜେନ୍ଦ୍ର ସାହୁ ସେହି ବାଇକୁ ଚୋରି କରି ତାର ବିଭିନ୍ନ ପାର୍ଟସକୁ ବାହାର କରି କବାଡ଼ିବାଲାକୁ ବିକ୍ରି କରିଦେଇଥିଲା । ପୋଲିସ ତଦନ୍ତ କରି ରାଜେନ୍ଦ୍ରକୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *