odisha-cm-launches-ama-sathi-bot
ଏଣିକି ହ୍ଵାଟସଆପ୍ ରେ ମିଳିବ ରାଜସ୍ୱ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ନୂତନ ହ୍ଵାଟସଆପ୍ ବଟ ଉନ୍ମୋଚନ କରିଛନ୍ତି । ଏହି ବଟ ମାଧ୍ୟମରେ ରାଜସ୍ୱ ସେବା ପ୍ରଦାନ କରାଯିବ । ଏଣିକି ଲୋକମାନେ ଘରେ ବସି ରାଜସ୍ୱ ସେବା ପାଇପାରିବେ ।
 
୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ହ୍ଵାଟସଆପ୍ ନମ୍ବର – ୯୪୩୭୨୯୨୦୦୦ ମାଧ୍ୟମରେ ରାଜସ୍ୱ ସେବା ପାଇହେବ । ଏଥିରେ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯାଇଛି ।
 
ଏଣିକି ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଏହି ସେବା ମାଧ୍ୟମରେ ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ଵାଟସଆପ୍ ରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ । ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ ନିଆଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
 
ଏହାଦ୍ୱାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *