୧୯ ବର୍ଷରୁ କମ ବିଶ୍ବକପ୍‌ର ଫାଇନାଲରେ ଭାରତ । ଦଶମ ଥର ଫାଇନାଲରେ ଭାରତ । ସେମି ଫାଇନାଲ୍‌ରେ ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ । ହରାରେ ସ୍ପୋର୍ଟ୍ସ କ୍ଲବରେ ୪୧.୧ ଓଭରରେ ୩୧୧ ରନର ଟାର୍ଗେଟକୁ ପିଛା କରି ଭାରତ ଇତିହାସ ସୃଷ୍ଟି କରିଛି । ଆଫଗାନିସ୍ତାନ ୩୧୦/୪ କରିଥିବା ବେଳେ ଭାରତ ୩୧୧/୩ ରନ କରି ଫାଇନାଲରେ ଭାରତ ।

ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୦ ରନ୍ କରିଥିଲା । ଟାର୍ଗେଟ୍ ପିଛା କରି ବୈଭବ ସୂର୍ଯ୍ୟବଂଶୀ ଭାରତକୁ ଚମତ୍କାର ଆରମ୍ଭ ଦେଇଥିଲେ । ସେ ଆରୋଜ୍ ଜର୍ଜଙ୍କ ସହିତ ପ୍ରଥମ ୱିକେଟ ପାଇଁ ୯୦ ରନ ଯୋଡିଥିଲେ । ସୂର୍ଯ୍ୟବଂଶୀ ୩୩ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୬୮ ରନ କରିଥିଲେ । ଏହା ପରେ ଜର୍ଜ ଅଧିନାୟକ ଆୟୁଷ ମହାତ୍ରେ (୫୯ ବଲରୁ ୬୨ ରନ) ସହିତ ଦ୍ୱିତୀୟ ୱିକେଟ ପାଇଁ ୧୧୪ ରନର ପାର୍ଟନରସିପ୍ କରିଥିଲେ । ଉମରଜାଇ ୨୭ତମ ଓଭରରେ ଆୟୁଷଙ୍କୁ ଆଉଟ୍ କରିଥିଲେ । ଆରୋଜ୍ ଜର୍ଜ ୧୦୪ ବଲ୍‌ରେ ୧୧୫ ରନ୍ କରି ଇତିହାସ ରଚିଥିଲେ । ୪୦ତମ ଓଭରରେ ୱାହିଦୁଲ୍ଲାହ ଜାଦ୍ରାନଙ୍କ ଦ୍ୱାରା ଜର୍ଜ ଆଉଟ୍ ହୋଇଥିଲେ । ବିହାନ ମାଲହୋତ୍ରା ୪୭ ବଲ୍‌ରେ ୩୮ ରନ୍ କରି ଅପରାଜିତ ରହିଥିଲେ ।

 

 

Leave a Reply

Your email address will not be published. Required fields are marked *