Droupadi Murmu Offers Prayers, Pinda Dana At Maa Biraja Temple
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ କରିବା ସମୟରେ ମା’ ବିରଜାଙ୍କୁ ଦର୍ଶନ କରିବା ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଛନ୍ତି ।
 
ଯାଜପୁରଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶାନ୍ତିର ପ୍ରତୀକ ବୁଦ୍ଧ ମୂର୍ତ୍ତି ଉପହାର ଦେଇ ସ୍ୱାଗତ କରାଯାଇଥିଲା ।
 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତ ସମୟରେ ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ମାଆ ବିରଜାଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଜନସାଧାରଙ୍କୁ ଭେଟିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
 
 

By Nirvay

Leave a Reply

Your email address will not be published. Required fields are marked *