Aditya Aluminium conducts land puja for its project without environmental clearance or public hearing
ଆଦିତ୍ୟ ଆଲୁମିନିୟମ କମ୍ପାନି ଓଡ଼ିଶାରେ ଏକ ବିବାଦୀୟ ପ୍ରକଳ୍ପ ପାଇଁ ଭୂମି ପୂଜନ କରିଛି । ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ଏବଂ ଜନ ଶୁଣାଣି ବାକି ଥିବା ବେଳେ କମ୍ପାନି ଏହି କାର୍ଯ୍ୟ କରିଛି ।
 
କମ୍ପାନି ପରିବେଶ ମଞ୍ଜୁରୀ ପାଇଁ ୩ ଅକ୍ଟୋବର ୨୦୨୫ରେ ଆବେଦନ କରିଥିବା ବେଳେ ଜନ ଶୁଣାଣି ପାଇଁ ୨୨ ଜାନୁଆରୀ ୨୦୨୬ରେ ଆବେଦନ କରିଛି । ତେବେ କମ୍ପାନି ବିନା ପରିବେଶ ମଞ୍ଜୁରୀ ଏବଂ ଜନ ଶୁଣାଣିରେ ଭୂମି ପୂଜନ କରିବା ଆଶ୍ଚର୍ଯ୍ୟଜନକ ବ୍ୟାପାର ।
 
କହିରଖୁଛୁ ଯେ, ଗତ ୨୭ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗାରେ ୨୧ ହଜାର ୧୬୨ କୋଟି ଟଙ୍କାର ଆଲୁମିନିୟମ ସ୍ମେଲ୍ଟିଂ ୟୁନିଟର ସଂପ୍ରସାରଣ ପାଇଁ ଭୂମି ପୂଜନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କମ୍ପାନିର ଏହି କାର୍ଯ୍ୟ ପରିବେଶ ନିୟମ ଉଲ୍ଲଂଘନ କରିବା ସହିତ ଓଡ଼ିଶାରେ ଶିଳ୍ପ ବିକାଶ ଏବଂ ପରିବେଶ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ମଧ୍ୟ ଆକ୍ରୋଶ ବଢ଼ିବାରେ ଲାଗିଛି ।
 

By Nirvay

Leave a Reply

Your email address will not be published. Required fields are marked *