ତିବ୍ଦତାୟ ବୌଦ୍ଧ ଧର୍ମଗୁରୁ ଗୁରୁ ଦଲାଇ ଲାମାଙ୍କୁ ଗ୍ରାମୀ ପୁରସ୍କାର ମିଳିଛି । ୯୦ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାମୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ଧର୍ମଗୁରୁ ଦଲାଇ ଲାମାଙ୍କ ଆମେରିକା ଲସ୍ ଆଞ୍ଜେଲ୍ସରେ ଆୟୋଜିତ ୬୮ତମ ଗ୍ରାମୀ ପୁରସ୍କାର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରାମୀ ହେଉଛି ସଂଗୀତ ଜବତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର। ଯାହା ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଏବଂ ବୈଷୟିକ ବୃତ୍ତିଗତମାନଙ୍କ ଦ୍ୱାରା ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଏ। ତେଣୁ ଦଲାଇ ଲାମାଙ୍କୁ ଗ୍ରାମୀ ସମ୍ମାନ ମିଳିବା ତାଙ୍କ ସ୍ୱର ବିଶ୍ୱରେ ପ୍ରଭାବ ପକାଇଥିବା ସ୍ପଷ୍ଟ କରୁଛି।

ତିବ୍ଦତୀୟ ଧର୍ମଗୁରୁ ତାଙ୍କର କଥିତ ଶବ୍ଦ ଆଲବମ୍ “ମେଡିଟେସନ୍ସ: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା” ପାଇଁ ଶ୍ରେଷ୍ଠ ଅଡିଓ ବୁକ୍, ନାରେସନ୍ ଏବଂ ଷ୍ଟୋରୀଟେଲିଙ୍ଗ ରେକର୍ଡିଂ ବର୍ଗରେ ପୁରସ୍କାର ଜିତିଛନ୍ତି । ସେ ପ୍ରଥମ ଥର ପାଇଁ କେ-ପପ୍ ଏବଂ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ସହଆୱାର୍ଡ ଜିତିବାରେ ଲିଷ୍ଟରେ ସାମିଲ ହୋଇଛନ୍ତି । ସଂଗୀତଜ୍ଞ ରୁଫସ୍ ୱେନରାଇଟ୍ ଦଲାଇ ଲାମାଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି । ରୁଫସ୍ ଏହି ପ୍ରୋଜେକ୍ଟରେ ସହଯୋଗ କରିଥିଲେ ।

ଏହି ବିଜୟକୁ ସ୍ୱୀକାର କରି ଦଲାଇ ଲାମା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ମୁଁ କୃତଜ୍ଞତା ଏବଂ ନମ୍ରତାର ସହିତ ଏହି ସମ୍ମାନ ଗ୍ରହଣ କରୁଛି। ମୁଁ ଏହାକୁ ବ୍ୟକ୍ତିଗତ ଭାବରେ ଦେଖୁନାହିଁ, ବରଂ ଆମର ମିଳିତ ସାର୍ବଜନୀନ ଦାୟିତ୍ୱର ସ୍ୱୀକୃତି ଭାବରେ ଦେଖୁଛି।

ଦଲାଇ ଲାମାଙ୍କୁ ୬ ଜୁଲାଇ ୧୯୩୫ରେ ତିବ୍ଦତର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ବର୍ଷ ବୟସରେ ତାଙ୍କୁ ଦଲାଇ ଲାମାଙ୍କ ପୁନର୍ଜନ୍ମ ଭାବରେ ସ୍ୱୀକୃତି ଦିଆଯାଇଥିଲା । ଦଲାଇ ଲାମା ତାଙ୍କ ଜୀବନକୁ ଆଧ୍ୟାତ୍ମିକ ଅଭ୍ୟାସ, କରୁଣା ଏବଂ ମାନବତାର ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ହୋଇଆସୁଛନ୍ତି । ୧୯୮୯ ମସିହାରେ ତିବ୍ଦତୀୟ ଉଦ୍ଦେଶ୍ୟର ଶାନ୍ତିପୂର୍ଣ୍ଣ ସମର୍ଥନ ଏବଂ ଅହିଂସାର ବାର୍ତ୍ତା ପ୍ରସାର ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *