ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା ଘଟଣାରେ କିନ୍ନର ଗୋଷ୍ଠୀର ହଲ୍ଲାବୋଲ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ଗତକାଲି ରାତିଠାରୁ ଏପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ପାଇ ପାରିନାହିଁ । ତେଣୁ ଏହାର ପ୍ରତିବାଦରେ କିନ୍ନର ସମାଜ ରାସ୍ତା ରୋକ କରିଛି କିନ୍ନର ସମାଜ  । ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ନ ମିଳିଛି ସେପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଦାବି ହୋଇଛି ।

ଅନ୍ୟପଟେ ପିପିଲି ପୋଲିସ ହତ୍ୟା ଘଟଣାର ତଦନ୍ତ କରୁଛି। ପୋଲିସ ହତ୍ୟା ସ୍ଥାନରେ ଏକ ବୈଜ୍ଞାନିକ ଦଳ ଏବଂ ଏକ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି।

ମୃତ ଅଞ୍ଜଳିଙ୍କ ପରିଚୟ ଦିନେଶ ରାଉତ ବୋଲି ଜଣାପଡିଛି। ତାଙ୍କ ଘର ସାଲିପୁର ଅଞ୍ଚଳରେ ବୋଲି ଜଣାପଡିଛି। ଅଞ୍ଜଳି ଏକ ବର୍ଷ ପୂର୍ବରୁ ଭୁବନେଶ୍ୱର ଆସିଥିଲେ।

ସୂଚନା ଯୋଗ୍ୟ; ଗତକାଲି ରାତିରେ ସାଲେପୁର ଅଞ୍ଚଳର କିନ୍ନର ଅଞ୍ଜଳିକୁ ପିପିଲି ସିଫା ନିକଟରେ ଛୁରୀ ଭୁସି ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ଗତକାଲି ତାଙ୍କୁ କେହି ଦୁଇ ଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳୀ ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି କହିବା ପରେ ଆଉ କିଛି କହିନଥିଲେ ।

ଖବର ପାଇ ପିପିଲି ଥାନା ପୋଲିସ ପହଁଚି ଘଟଣା ସ୍ଥଳରୁ ତାଙ୍କ ମୃତ ଅବସ୍ଥାରେ ପାଇଥିଲା । କିଏ ଓ କାହିଁକି ହତ୍ୟା କରିଛି କିଛି ଜଣାପଡ଼ିନଥିବାବେଳେ ପିପିଲି ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *