ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି, ଯାହା ପାକିସ୍ତାନ ସରକାରଙ୍କ ଅନୁମୋଦନ ନେଇ ନିଆଯାଇଛି । ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ପାକିସ୍ତାନ କ୍ରିକେଟ ଦଳକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି୨୦ ବିଶ୍ୱକପ୍-୨୦୨୬ରେ ଅଂଶଗ୍ରହଣ କରିବାକୁ ଅନୁମୋଦନ କରିଛନ୍ତି । କିନ୍ତୁ ପାକିସ୍ତାନ କ୍ରିକେଟ ଦଳ ୨୦୨୬ ଫେବ୍ରୁଆରି ୧୫ରେ ଭାରତ ବିପକ୍ଷରେ ମ୍ୟାଚ୍ରେ ଅଂଶଗ୍ରହଣ କରିବ ନାହିଁ । ପାକିସ୍ତାନ ଆଇସିସି ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ । କିନ୍ତୁ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ ନାହିଁ । Post navigation Gold, Silver Prices Crash: ପୁଣି ଖସିଲା ସୁନା, ରୁପା ଦର