ସୁନା ଏବଂ ରୂପାର ଦର ଆଜି ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନାର ଦର ୯ ହଜାର ୫୦ ଟଙ୍କା ଖସିଛି । ଏବେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ହୋଇଛି । ସେଇଭଳି ୨୨ କ୍ୟାରେଟ ସୁନାର ଦର ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ଏବେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ହୋଇଛି । ସୁନା ସହିତ ରୂପାର ଦର ମଧ୍ୟ କମିଛି । କିଲୋଗ୍ରାମ ପିଛା ରୂପାର ଦର ୨୦ ହଜାର ଟଙ୍କା ହ୍ରାସ ପାଇଛି । ଏବେ ରୂପାର ଦର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା ହୋଇଛି । ସୁନା ଏବଂ ରୂପାର ଦର ହ୍ରାସ ପାଇବାର କାରଣ ବିଶ୍ୱ ବଜାରରେ ଦର ହ୍ରାସ ପାଇବା ସହ ଜଡ଼ିତ ବୋଲି କୁହାଯାଉଛି । ଏଥିସହ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ମାନ୍ଦା ପରିସ୍ଥିତି ମଧ୍ୟ ଦର ହ୍ରାସ ପାଇବାର ଅନ୍ୟତମ କାରଣ ବୋଲି କୁହାଯାଉଛି । କେନ୍ଦ୍ର ବଜେଟ୍ ପରେ ସୁନା ଓ ରୁପା ଭଳି ମୂଲ୍ୟବାଦ ଧାତୁରେ ଲଗାତର ମୂଲ୍ୟ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ୱାସନା ଆଣିଛି । Post navigation President Murmu In Odisha: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ T20 World Cup 2026: ଟି-୨୦ ବିଶ୍ୱକପ୍ରେ ଭାରତ ବିରୋଧରେ ମ୍ୟାଚ୍ ଖେଳିବନି ପାକିସ୍ତାନ