ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା ବେଳେ, ମଧ୍ୟବିତ୍ତ ବର୍ଗଠାରୁ ଗ୍ରାମୀଣ ଚାଷୀ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ସରକାରଙ୍କ ଉପରେ ନଜର ରଖିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରଥମ ବଜେଟ୍ ।

ଚଳିତ ବଜେଟ୍ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ବିରଳ ଖଣିଜ କରିଡ଼ର ନେଇ ବଜେଟ୍‌ରେ ଘୋଷଣା କରାଯାଇଛି।  ଓଡ଼ିଶାରେ ହେବ ଖଣିଜ କରିଡର । ଓଡ଼ିଶାର ଅନୁଗୁଳ ଓ ତାଳଚେରରେ ହେବା ନେଇ କହିଛନ୍ତି ନିର୍ମଳା ସୀତାରମଣ ସେହିପରି ଆନ୍ଧ୍ର, କେରଳ ଓ ତାମିଲନାଡୁରେ ହେବ କଣିଜ କରିଡ଼ର।

ଏହା ସହ ସେମିକଣ୍ଡକ୍ଟର 2. O ନେଇ ବଜେଟ୍‌ରେ ଘୋଷଣା କରାଯାଇଛି । ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ ଦିଆଯାଇଛି କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯାଇଛି।

 

Leave a Reply

Your email address will not be published. Required fields are marked *