ବ୍ରହ୍ମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍ରେ ଏକ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ବିପରୀତ ଦିଗରୁ ଆସି ୩ଟି ବାଇକ୍ ଉପରେ ଚଢିଗଲା ଟ୍ରକ୍ । ଏଥିରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଚାଳକ ବେପାରୁଆ ଭାବେ ଗାଡ଼ି ଚଳାଇଥିବା କୁହାଯାଉଛି । ଦୁର୍ଘଟଣାର କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଥିବାବେଳେ ଦୁର୍ଘଟଣା ପରେ ଡ୍ରାଇଭର ଜଣକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହିତ ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । Post navigation Kalikesh At Naveen Niwas: ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି କହିଲେ କଳିକେଶ Girl Student Dies Of Diarrhoea: ଝାଡ଼ାବାନ୍ତିରେ ଜଣେ ଛାତ୍ରୀ ମୃତ; ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ