Odisha Human Rights Commission
ଓଡ଼ିଶା ମାନବ ଅଧିକାର ଆୟୋଗ (OHRC) ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ବିରୋଧରେ ଏକ ଐତିହାସିକ ଆଦେଶ ଜାରି କରିଛନ୍ତି । ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା ସହିତ ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ OHRC ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମସିହାର ଏକ ମାମଲାର ଶୁଣାଣି କରି କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି OHRC ।
 
ଡାହାଣୀ ଶିକାର ପ୍ରଥାକୁ ଉଚ୍ଛେଦ କରିବାସହିତ ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମ ଛାଡ଼, ସାମାଜିକ ବହିଷ୍କାର ଓ ଅମାନବିକ ଆଚରଣ ବିରୋଧରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
 
ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ୍‌, ସ୍ଥାନୀୟ ଯୁବ ଓ ମହିଳା ଗୋଷ୍ଠୀ, ଏନଜିଓ ଓ ଲୋକକଳା ଦଳଙ୍କୁ ସାମିଲ କରି ସ୍ଥାନୀୟ ଭାଷା ଓ ଉପଭାଷାରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ।
 
ଆୟୋଗ ଡାହାଣୀ ଶିକାର ପୀଡ଼ିତାଙ୍କୁ ସରକାରୀ କଲ୍ୟାଣ ଯୋଜନା ଅନ୍ତର୍ଗତ ପୁନର୍ବାସ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି ।
 
ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ ଏହି ନିର୍ଦ୍ଦେଶ ଜାରି କରି ଡାହାଣୀ ଶିକାର ବିରୋଧରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ଆଦେଶ ଡାହାଣୀ ଶିକାର ପ୍ରଥାକୁ ରୋକିବା ଏବଂ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।
 

By Nirvay

Leave a Reply

Your email address will not be published. Required fields are marked *