ଓଡିଶା ମାନବ ଅଧିକାର ଆୟୋଗ (OHRC) ତୃତୀୟ ଲିଙ୍ଗ/ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ସମାନ ସୁଯୋଗ ଏବଂ ନ୍ୟାୟ ନିଶ୍ଚିତ କରିବା ପାଇଁ କିଛି ସୁପାରିଶ କରିଛନ୍ତି । ଜଣେ ତୃତୀୟ ଲିଙ୍ଗୀଙ୍କ ଆବେଦନ ଆଧାରରେ OHRC ଏହି ସୁପାରିସ୍ କରିଛନ୍ତି । ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ/ଟ୍ରାନ୍ସଜେଣ୍ଡର ବିକଳ୍ପ ରଖିବା ସହିତ ଟ୍ରାନ୍ସଜେଣ୍ଡରଙ୍କୁ ଏକ ଲିଙ୍ଗ ବିକଳ୍ପ ଭାବରେ ବିଚାର କରିବା, ସେମାନଙ୍କ ପାଇଁ ଅନ୍ତତଃ ୧% ହୋରାଇଜଣ୍ଟାଲ ସଂରକ୍ଷଣ ପ୍ରଦାନ କରିବା ତଥା ସବୁ ନିଯୁକ୍ତି ବୋର୍ଡ, OPSC ସମେତ ଅନ୍ୟାନ୍ୟ ସଂସ୍ଥାକୁ ଏହି ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପାରିଶ କରାଯାଇଛି । ଏହା ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ଏବଂ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବୃହତ ପ୍ରୟାସ ଅଟେ । Post navigation President Murmu Addresses Parliament: ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି Kharif Paddy Procurement Underway In The State: ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ, ଦେଢ଼ଗୁଣା ଆଦାୟ ହେବ: କୃଷ୍ଣଚନ୍ଦ୍ର ପାତ୍ର