ରାଜ୍ୟରେ ଚାଲିଛି ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଧାନ କ୍ରୟ ସରି ଆସିଲାଣି । ଦିନେ ଦୁଇଦିନରେ ଧାନ କିଣା ସମ୍ପୂର୍ଣ୍ଣ ସରିଯିବ । ସେହିଭଳି ଜାନୁଆରୀ ୨୭ ସୁଦ୍ଧା ସରକାର ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ୍ ଟନ୍ ଧାନ କିଣା ସାରଛନ୍ତି । କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି । ଧାନ କିଣା ସୁରୁଖୁରୁରେ ଚାଲିଛି । କୌଣସି ବାଧା ନାହିଁ । ଏ ବାବଦରେ ସରକାର ଚାଷୀଙ୍କ ଆକାଉଣ୍ଟରେ ୮ ହଜାର କୋଟିରୁ ଅଧିକ ଟଙ୍କା ପୈଠ କରିଛନ୍ତି । ୩୦ ଜିଲ୍ଲାରେ ଧାନ କିଣା ଜାରି ରହିଛି । ପୂର୍ବ ସରକାର କ୍ଵିଣ୍ଟାଲ୍ ପିଛା ୧୦୦ ଟଙ୍କା ଦେବେ କହି ଦେଇ ପାରିନଥିଲେ । ବିଜେପି କହିଥିଲା ୩୧୦୦ ଟଙ୍କା ଦେବ । ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡି ଦିଆଯାଉଛି । ସେହିପରି ଗତକାଲି ରାଜ୍ୟରେ ମଣ୍ଡିରେ ସ୍ଥିତି ପରଖି ଥିଲି ଏବଂ ଚାଷୀଙ୍କ ସହିତ କଥାବାର୍ତ୍ତା ହେଲି । କେହି ଚାଷୀ ଅସୁବିଧାର ସମ୍ମୁଖୀନ ହୋଇ ନାହାଁନ୍ତି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ହେବ ଆକ୍ସନ୍ । ଧରାପଡିଲେ କ୍ଷତିପୂରଣ ଆଦାୟ କରିବେ ସରକାର । ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ, ଦେଢ଼ଗୁଣା ଆଦାୟ ହେବ । E-KYC ରେ ୬ ଲକ୍ଷ ୯୫ ହଜାରରୁ ଊର୍ଦ୍ଧ୍ୱ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ଧାନ କିଣାରେ କ୍ୟାପିଂ ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି, “ବଡ଼ ଚାଷୀ ଅଧିକ ଧାନ ବିକ୍ରି କରିପାରିବେ ନାହିଁ, ଏହା ସତ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାହା ନିର୍ଭର କରୁଛି । ରାଜ୍ୟରେ ବଡ଼ ଚାଷୀ ମାତ୍ର ଦେଢ଼ ପ୍ରତିଶତ, ସରକାର ବିଚାର କରୁଛନ୍ତି । ରାଜ୍ୟରେ ୯୮.୫ ପ୍ରତିଶତ ଛୋଟ ଚାଷୀ ଅଛନ୍ତି । ସେମାନେ ଏହି କ୍ଯାପିଂ ବ୍ୟବସ୍ଥା ଦ୍ଵାରା ପ୍ରଭାବିତ ହେବେ ନାହିଁ । ତଥାପି ବଡ଼ ଚାଷୀଙ୍କ କଥା ସରକାର ବିଚାରାଧୀନ ରଖିଛନ୍ତି । ଧାନ କିଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ହୁଏତ ଆଉ କିଛି ନିଷ୍ପତ୍ତି ନିଆଯାଇପାରେ, ତେଣୁ ଅପେକ୍ଷା କରନ୍ତୁ । Post navigation Equal Opportunity for Transgenders: ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ OHRC ଙ୍କ ସୁପାରିସ୍ CDMS 3.0 Launched: କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ