ଆଗାମୀ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି।ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ଦାସ ପଟ୍ଟନାୟକଙ୍କ ସହିତ ସାକ୍ଷାତ ପାଇଁ ସମୟ ମାଗିଛନ୍ତି, ଏବଂ ପ୍ରସ୍ତାବିତ ବୈଠକରେ ଦୁଇ ଦଳ ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ସମନ୍ୱୟ ଅନୁସନ୍ଧାନ ଉପରେ ଧ୍ୟାନ ଦିଆଯିବାର ସମ୍ଭାବନା ରହିଛି । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ନବୀନଙ୍କ ସହ ଭକ୍ତ ଆଲୋଚନା କରିବେ । ଆଜି ଭକ୍ତ ଦାସ କହିଛନ୍ତି ମୁଁ ସମୟ ମାଗିଛି ମିଶିକି ଆଲୋଚନା କରିବା ପାଇଁ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଲୋଚନା ପାଇଁ ସମୟ ମାଗିଛି । ବିଜେଡି ବିରୋଧୀଦଳ ଓ ଆମେ ବି ବିରୋଧୀଦଳ । ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ । ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ ।ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ । ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ । ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତାହେଲେ ସପକ୍ଷରେ ଯିବୁ । ରାଜ୍ୟସଭା ଚତୁର୍ଥ ସିଟ୍ରେ ଜଣେ ପଦ୍ମଶ୍ରୀ, ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ଏ ନେଇ ଯିଏ ଆଗ୍ରହୀ ଅଛି ତାଙ୍କ ସାଙ୍ଗରେ ଆଲୋଚନା କରିବେ । Post navigation Bhubaneswar Blast: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ Odisha Bandh: ଶେଷ ହେଲା ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା