ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଓଡ଼ିଶା ସରକାର ଅଙ୍ଗନୱାଡିରେ ପିଲାମାନଙ୍କ ପାଇଁ ୟୁନିଫର୍ମ ଏବଂ ଜୋତା ପାଇଁ ପାଣ୍ଠି ବୃଦ୍ଧି କରିଛନ୍ତି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ହେଲା ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ ପୋଷାକ ପାଇଁ ୧୫୦ରୁ ବଢ଼ି ହେଲା ୨୨୫ ଟଙ୍କା ହୋଇଛି । ସେହିପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢ଼ି ୧୫୦ ଟଙ୍କା ହୋଇଛି । ରାଜ୍ୟର ମୋଟ ୭୪ ହଜାର ୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରର ୧୪ ଲକ୍ଷ ୭୬ ହଜାର ପିଲା ପୋଷାକ ପାଇବେ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ, ଓଡ଼ିଶା ସରକାର ମାଳତୀ ଦେବୀ ପ୍ରାକ୍-ବିଦ୍ୟାଳୟ ଯୋଜନା ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ଏବଂ ଜୋତା ପାଇଁ ଆବଣ୍ଟନ ବୃଦ୍ଧି କରିଛନ୍ତି। ସଂଶୋଧିତ ଆବଣ୍ଟନ ଯୋଗୁଁ ୟୁନିଫର୍ମ ଏବଂ ଜୋତା ଉପରେ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଫଳରେ ଅଙ୍ଗନୱାଡି ପିଲାମାନେ ଅଧିକ ସ୍ଥାୟୀ ଏବଂ ଆରାମଦାୟକ ପୋଷାକ ପାଇପାରିବେ। ବର୍ଦ୍ଧିତ ମୂଲ୍ୟ ଏବଂ ପିଲାମାନଙ୍କ ପୋଷାକର ଗୁଣାତ୍ମକ ମାନ ବଜାୟ ରଖିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି ପ୍ରଚଳନ କରାଯାଇଛି। ସୂଚନା ଯୋଗ୍ୟ; ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧିନରେ ଅଙ୍ଗନବାଡ଼ି ପିଲାଙ୍କ ପୋଷାକ ଏବଂ ଶୀତକାଳିନ ସାମଗ୍ରୀରେ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ବାଳକଙ୍କ ଏବଂ ବାଳିକାଙ୍କ ପାଇଁ ପୋଷାକ ପାଇଁ ୭୫ ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିବାବେଳେ ତାହା ବଢ଼ି ୧୭୫ ହୋଇଛି । ସେହିପରି ପୂର୍ବରୁ ବାଳିକାଙ୍କ ପୋଷାକ ପାଇଁ ଖର୍ଚ୍ଚ ୧୫୦ ଟଙ୍କା ହେଉଥିବା ବେଳେ ତାହା ୨୨୫ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ ଜୋତା ଓ ମୌଜା ପାଇଁ ୧୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ୧୫୦ ଟଙ୍କା ହୋଇଛି । ସ୍ୱେଟର୍ ପାଇଁ ୧୫୦ ଟଙ୍କା ଦିଆଯାଉଥିବାବେଳେ ୨୦୦ ଟଙ୍କା ଦିଆଯାଇଛି । ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ଲାଗୁ ହେବ । ରାଜ୍ୟର ମୋଟ ୭୪ ହଜାର ୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରର ୧୪ ଲକ୍ଷ ୭୬ ହଜାର ପିଲା ପୋଷାକ ପାଇବେ । Post navigation Nationwide Bank Strike: ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ Obscene Dance At Khandagiri Jatra: ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା: ବାବୁ ସିଂ