ଆଜି ସନ୍ଧ୍ୟାରେ ବସିବାକୁ ଯାଉଛି ବିଜେଡିର ବଡ଼ ବୈଠକ। ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସନ୍ଧ୍ୟା ୫ଟାରେ ରାଜନୈତିକ ବ୍ୟାପାର କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ ନବୀନ । ତେବେ ଏହି କଣ ହେବ ଆଲୋଚନା? ଏସବୁ ଦିଗ ଉପରେ ନଜର ରହିବ। ଦଳ ସୁପ୍ରିମୋ ଅଚାନକ ଦୁଇ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିବା ଫଳରେ ଦଳରେ କୋକୁଆ ଭୟ ଖେଳି ଯାଇଛି । ଦଳ ବିରୋଧି କାମ ଆଳରେ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ବୈଠକରୁ ଦଳ କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍ କରିଛନ୍ତି ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅରବିନ୍ଦ । କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍ ଡେ ଅପରେସନ ଆରୋପ ସହ ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ ଲଗାଯାଇଛି ଅରବିନ୍ଦ ମହାପାତ୍ରଙ୍କ ଉପରେ । ଅରବିନ୍ଦ କହିଛନ୍ତି କେଉଁମାନେ ବିଭିନ୍ନ ଆରୋପର ତଥ୍ୟ ଦେଉଛନ୍ତି ଦିଅନ୍ତୁ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି ।MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି । ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ । ସେ ଆଉ ମଧ୍ୟ କହିଛନ୍ତି ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି । ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି । ବାବୁଙ୍କୁ ଡାଟା କିଏ ଦେଉଛି ତାହାକୁ ଆଧାର କରି ସେ କହିଲେ, ଜାଣିନି । ସାଂସଦଙ୍କୁ ହରାଇବା ପାଇଁ କାର୍ଯ୍ୟ କରିବା ଅଭିଯୋଗକୁ ଖଣ୍ଡନ କରୁଛି । ଯିଏ ସାଂସଦ ପ୍ରାର୍ଥୀ ହୋଇଥିଲେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି । ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍ ଭୋଟ ପାଇଥିଲେ । ତାହେଲେ ମହାକାଳପଡ଼ାରେ କିଏ ଷଡ଼ଯନ୍ତ୍ର କରିଥିଲା ପଚାରୁଛି । ମୁଁ ଯଦି କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା । ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା । ପାଟକୁରାବାସୀଙ୍କ ମତାମତ ନେବା ପରେ ବିଜେଡିରେ ମିଶିଥିଲି । ମୋ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା, ମୁଁ ଖଣ୍ଡନ କରୁଛି । Post navigation Army Vehicle Plunges Into 200 Feet Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ Revenue Inspector in Vigilance Trap: ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର