ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଦଳିଲେ IIC। ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ବଦଳି କରାଯାଇଛି। ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଏସ୍‌ପି । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି । ତାଙ୍କ ସ୍ଥାନରେ ଭସ୍ମା ଥାନା ଅଧିକାରୀ ସୁଶାନ୍ତ ପରିଡ଼ାଙ୍କୁ ଟାଉନ୍‌ ଥାନା ଦାୟିତ୍ୱ ମିଳିଛି ।

ସୂଚନା ଯୋଗ୍ୟ; ଗତ ୧୫ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଘଟଣା ପରେ ସହରରେ ଗୋଟିଏ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ଏହାସହ ୨୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସହରରେ ଇଣ୍ଟରନେଟ ବନ୍ଦ ମଧ୍ୟ ହୋଇଥିଲା । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ଉପଦ୍ରବୀମାନେ ଦୋକାନ, ଗାଡ଼ିମୋଟର ଭଙ୍ଗାରୁଜା କରିବା ସହ ଏକ ପିକଅପକୁ ଜାଳି ଦେଇଥିଲେ।

ଶାନ୍ତି ଫେରାଇ ଆଣିବା ପାଇଁ, ପ୍ରଶାସନ ସୁନ୍ଦରଗଡ଼ ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୬୩ ଲାଗୁ କରିଥିଲା। ଫଳସ୍ୱରୂପ, କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୁନ୍ଦରଗଡ଼ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ, ଦୋକାନ ଏବଂ ବଜାର ବନ୍ଦ କରିଥିଲେ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଥିଲେ।

Leave a Reply

Your email address will not be published. Required fields are marked *