ବିଜେଡିରେ ବଡ଼ ହଲଚଲ । ବାରମ୍ଵାର ବସୁଛି ବିଜେଡି ନେତାଙ୍କ ମେଳି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ। ଆଜି ପୁଣିଥରେ ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ। ବୈଠକ ପରେ ଅଚାନକ ନବୀନ ନିବାସରୁ ବରିଷ୍ଠ ନେତାଙ୍କୁ ଆସିଛି ଡାକରା। ଡାକରା ପରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ପହଞ୍ଚିଛନ୍ତି । ଯାଜପୁର ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ଠିକ ୧୫ ଦିନ ତଳେ ପ୍ରମିଳାଙ୍କ ଘରେ ଏକାଠି ହୋଇଥିଲେ ଯାଜପୁରର କିଛି ବିଜେଡି ନେତା। ଆଜି ପୁଣି ଥରେ ମେଳି କରିବା ଏବଂ ଆଜିର ବୈଠକରେ କଣ ରଣନୀତି ପ୍ରସ୍ତୁତ ହେଉଛି କଣ ସବୁ ଆଲୋଚନା ହେଉଛି, ତାହା ଏବେ ସୁଦ୍ଧା ଜଣାପଡିନି। ଗୋଟେ ପଟେ ଯାଜପୁରରେ ଏବେ ତୃଣମୂଳ ସ୍ତରର ନେତାମାନେ ବିଜେଡି ଛାଡି ବିଜେପି ଆଡକୁ ମୁହାଉଁଛନ୍ତି, କାରଣ ନିକଟରେ ବିଜେଡିର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତେବେ ଏଭଳି ସମୟରେ ଏବେ ଯାଜପୁର ନେତାମାନେ ପ୍ରମିଳାଙ୍କ ଘରେ ବୈଠକ ତାପରେ ନବୀନ ନିବାସରୁ ଡାକରା ନେଇ ଏବେ ଚର୍ଚ୍ଚା ବଢ଼ାଇଛି। Post navigation BJP National President: ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ Tamil Nadu Literary Awards: ଓଡ଼ିଆ ସମେତ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ