ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ସବୁ ଦିନ ବିଜୁ ଜନତା ଦଳ ତାଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି । ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ମିଡିଆ ଆଗରେ ବିଜେଡି ରଖୁ । ସବୁ ଅଭିଯୋଗର ଉତ୍ତର ରଖିବି ବୋଲି ପାଟକୁରା ବିଧାୟକ କହିଛନ୍ତି । ଯାହା ଯାହା ଅଭିଯୋଗ ରହିଛି ସେ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ନିଲମ୍ବନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅରବିନ୍ଦଙ୍କୁ ଟାର୍ଗେଟ କରିଛି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ । ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ । ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା । ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ । ଦଳ ବିରୋଧରେ କଣ କଣ ଷଡଯନ୍ତ୍ର କରିଥିଲେ, ତାହା ନିଜକୁ ନିଜେ ଅରବିନ୍ଦ ପଚାରନ୍ତୁ ବୋଲି ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଅମରେଶ ପତ୍ରୀ କହିଛନ୍ତି । Post navigation Subhadra Yojana: ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା Pragati Prabah Launched: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ