ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ୱିଟ କରି କୁହାଯାଇଛି । ପୂର୍ବରୁ ସୁଭଦ୍ରା ଟଙ୍କା ଆଜି ଦିଆଯିବ ବୋଲି ଘୋଷଣା ହୋଇଥିଲା । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ । ସେହିପରି ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ଏକାଥରକେ ୨ଟି କିସ୍ତି ପାଇବେ । Post navigation Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି Suspension Controversy: ବିଜେଡି ଅଭିଯୋଗ ନେଇ ଉତ୍ତର ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର