୨୧ ସେପ୍ଟେମ୍ବର ୨୦୨୩। ଏକାଥରକେ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜଦ ସଭାପତି ନବୀନ ପଟନାୟକ । ସେମାନେ ଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ଯେମିତି ଅରବିନ୍ଦ ପାଇଁ ସନାତନ ବଳିପଡ଼ିଲେ ଠିକ୍ ସେମିତି ସୌମ୍ୟଙ୍କ ପାଇଁ ବଳିପଡ଼ିଥିଲେ ସୁଧାଂଶୁ । ସୌମ୍ୟଙ୍କୁ ବିଦା ଘଟଣାରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ କିଛି ଶିଖିବାର ଥିଲା। ହେଲେ ସେ ଶିଖିଲେ ନାହିଁ। ଗତ ନିର୍ବାଚନ ସମୟରେ ବରିଷ୍ଠ ଭାଜପା ନେତା ବୈଜୟନ୍ତ ପଣ୍ଡା ବଡ଼ ଅଫର୍ ଦେଇଥିଲେ ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦଙ୍କୁ। ପୁଅଙ୍କୁ ପାଟକୁରା ବିଧାନସଭା ଆସନରୁ ଏବଂ ବାପାଙ୍କୁ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ହେବା ପାଇଁ ବୈଜୟନ୍ତ ପ୍ରସ୍ତାବ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ହେଲେ ଏହାକୁ କାହିଁକି ଗ୍ରହଣ କରିନଥିଲେ ବିଜୟ ? ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଅତ୍ୟନ୍ତ ଅପମାନିତ ଏବଂ ଅପଦସ୍ତ କରିଥିଲେ ନବୀନ । କାରଣ ନବୀନ ପୈଶାଚିକ ଆନନ୍ଦ ( ସ୍ୟାଡିଷ୍ଟିକ୍ ପ୍ଲେଜର) ପ୍ରିୟ । ଏହା ତାଙ୍କୁ ଭାରି ଖୁସି ଦିଏ । ସୌମ୍ୟ ପଟ୍ଟନାୟକ ନବୀନଙ୍କୁ ଡାଇରେକ୍ଟ ଆଟାକ୍ କରି ନଥିଲେ । ସେ ତାଙ୍କ ନିଜ ଖବରକାଗଜରେ ଗୋଟିଏ ନିବନ୍ଧରେ ଲେଖିଥିଲେ ଯେ ସଚିବ ବଡ଼ ନା ମନ୍ତ୍ରୀ ବଡ଼। ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗିଥିଲେ। ତାଙ୍କ ପ୍ରଶ୍ନର ଉତ୍ତର ସିନା ଆସିନଥିଲା ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜନବିରୋଧୀ ବୋଲି ଦର୍ଶାଇଥିଲେ। ସୌମ୍ୟଙ୍କୁ ବହିଷ୍କାର ସମ୍ବାଦ ଦେବା ପାଇଁ ସାମ୍ବାଦିକମାନଙ୍କ ଆଗକୁ ଆସିବାକୁ ପଡ଼ିଥିଲା ନବୀନ ପଟନାୟକଙ୍କୁ । ଏହି ଘଟଣାରୁ ଶିଖି ପାରିଥାନ୍ତେ ବିଜୟ। ହେଲେ ପାରିଲେନି । ଯେତେବେଳେ ପୁଅ ଅରବିନ୍ଦଙ୍କୁ ବିଜୁ ଜନତା ଦଳ ଗ୍ରହଣ କଲା ଏବଂ ପାଟକୁରାରୁ ପ୍ରାର୍ଥୀ ଭାବେ ଘୋଷଣା କଲା ସେତେବେଳେ ସେ ବୁଝିଯିବାର ଥିଲା । ମତେ ଯେପରି ଦଳ ଅବଦସ୍ତ କରିଛି ସେହିପରି ରି ମୋ’ ପୁଅକୁ ମଧ୍ଯ ଦଳ ଅପଦସ୍ତ କରିପାରେ। କାରଣ ପୈଶାଚିକ ଆନନ୍ଦପ୍ରିୟ ହେଉଛନ୍ତି ନବୀନ । ଯଦି ସେତେବେଳେ ସେ ଏହା ବୁଝି କିଛି ନିଷ୍ପତ୍ତି ନେଇଥାନ୍ତେ ତା’ହେଲେ ଆଜି ଅରବିନ୍ଦଙ୍କୁ ଦଳ ଏପରି ନିଲମ୍ବନ କରି ନଥାନ୍ତା । ଅରବିନ୍ଦଙ୍କ ପଛରେ ଦଳ ବିରୋଧୀ କାର୍ଯ୍ୟର ଟ୍ୟାଗ୍ ଲଗାଇଦେଲେ ନବୀନ । ନବୀନଙ୍କ ଟ୍ୟାଗ୍ ପରେ ପରେ ଆଉ ଜଣେ ନେତା ଲଗାଇଦେଲେ ବିଶ୍ବାସଘାତର ଟ୍ୟାଗ। ଅରବିନ୍ଦ ଜଣେ ଯୁବ ଏବଂ ଭାଇବ୍ରାଣ୍ଟ ନେତା । ଯଦି ୨୧ ସେପ୍ଟେମ୍ବର ୨୦୨୩ର ଘଟଣାକୁ ବିଜୟ ଭଲଭାବେ ବୁଝିଥାନ୍ତେ ଆଜି ଏଭଳି ପରିସ୍ଥିତି ପୁଅ ପାଇଁ ସୃଷ୍ଟି ହୋଇନଥାନ୍ତା ବୋଲି ଜିଲାରେ ଚାଲିଛି ଜୋରଦାର ଚର୍ଚ୍ଚା । Post navigation Arvind–Sanatan Suspension: ଅରବିନ୍ଦ, ସନାତନ ନିଲମ୍ବନ ପଛର ରହସ୍ଯ; ପ୍ରାୟୋଜିତ ଷଡ଼ଯନ୍ତ୍ର, ପ୍ରାୟୋଜିତ ସଂଳାପ