Cold Wave Returns To Odisha; Jharsuguda Dips To 6.8 degrees C
ରାଜ୍ୟରେ ପୁଣି ଫେରିଲା ଶୀତ । ଆଜି ସକାଳ ୫ଟା ୩୦ ରେ ଝାରସୁଗୁଡ଼ା ସହରରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର କେତେକ ଜାଗାରେ ତୁଷାରପାତ ଦେଖାଦେଇଛି ।
 
ସେଇଭଳି କେନ୍ଦୁଝରରେ ୯.୪ ଡିଗ୍ରି ଏବଂ ଚାନ୍ଦବାଲିରେ ୧୨.୨ ଡିଗ୍ରି ରେକର୍ଡ କରାଯାଇଛି । ଭୁବନେଶ୍ୱର ରେ ୧୨.୪ ଡିଗ୍ରି ଏବଂ ପାରାଦୀପରେ ୧୨.୪ ଡିଗ୍ରି ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
 
ପୂର୍ବରୁ ଜାନୁଆରୀ ୬ ତାରିଖରେ ଥଣ୍ଡା ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଥିଲା । ୧୯୫୩ ମସିହା ପରେ ଝାରସୁଗୁଡ଼ାରେ ପାରଦ ପ୍ରଥମ ଥର ଏତେ ତଳକୁ ଖସିଥିଲା ।

By Nirvay

Leave a Reply

Your email address will not be published. Required fields are marked *