ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ ।ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଉଛନ୍ତି ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଫିସର ଅନୁ ଗର୍ଗ । ଅନୁ ଗର୍ଗଙ୍କ କାର୍ଯ୍ୟକାଳ ୨୦୨୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବ । ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚର ଆଇଏଏସ୍ ଅଧିକାରୀ। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ. ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକରୁ ଶିକ୍ଷା ଲାଭ କରିଛନ୍ତି। ବର୍ତ୍ତମାନ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ପ୍ରମୁଖ ସଚିବ ଥିଲେ । ୨୦୦୮ ରୁ ୨୦୧୨ ଯାଏଁ ସ୍ୱାସ୍ଥ୍ୟ କମିସନର ତଥା ସଚିବ ଥିଲେ । ଏହା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ତୁଲାଇଛନ୍ତି ଗୁରୁ ଦାୟିତ୍ୱ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୟନ ଶିଳ୍ପ ମନ୍ତ୍ରାଳୟ ଆଦିର ଯୁଗ୍ମ ସଚିବ ଭାବେ ରହିଛି ଅଭିଜ୍ଞତା । ଅନୁ ଗର୍ଗ ଲ ୧୯୯୨ରୁ ୨୦୦୩ ଯାଏଁ ଥିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ରହିସରିଛନ୍ତି । ସେହିପରି ଅନୁ ଗର୍ଗ ଭାରତ ସରକାରଙ୍କ ପ୍ଲାନିଂ କମିସନ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳର ସଦସ୍ୟ ଥିଲେ । ଦିଲ୍ଲୀ ଓ ଲକ୍ଷ୍ନୌ ସହ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସକ । Post navigation New Year Hoardings: ଦଳୀୟ ସଙ୍କେତ ନଥିବା ମୋକିମ, ସୋଫିଆଙ୍କ ହୋଡ଼ିଂ ଘଟଣା; ପ୍ରତିକ୍ରିୟା ମହମ୍ମଦ ମୋକିଂମ୍ BJD Target BJP Govt: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ ନିନ୍ଦିତ ହେଉଛି: ବିଜେଡି