Oplus_131072

ଟ୍ରେନ୍‌ରେ ଲାର୍ଟିନ୍‌ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ହେବ ତଦନ୍ତ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଯୋଗ୍ୟ; ଉତ୍ତର ପ୍ରଦେଶରେ ଅନୁଷ୍ଠିତ ୬୯ତମ ଜାତୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ୧୮ ଜଣ ଖେଳାଳି ଯାଇଥିଲେ । ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ୧୦ ପୁଅ ଓ ୮ ଝିଅ ଗଶଶିକ୍ଷା ବିଭାଗ ବ୍ୟାନରରେ ଯାଇଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଟିମ୍ ସହ ୪ ଜଣ ଶିକ୍ଷକଙ୍କୁ ପଠାଯାଇଥିଲା ।

ଏହି ହାଡ଼ଭଙ୍ଗା ଶୀତରେ ଖେଳାଳିମାନେ ଟ୍ରେନର ଜେନେରାଲ ବଗିରେ ଟଏଲଟ୍ ପାଖରେ ବସି ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଯିବା ସମୟରେ ମାତ୍ର ୪ ଜଣଙ୍କର ଟିକେଟ୍ କନଫର୍ମ ଥିବା ବେଳେ ବାକି ସମସ୍ତେ ପ୍ରବଳ ଶୀତରେ ବଗି ମଝିରେ ବସିଥିଲେ । ଫେରିବା ସମୟରେ ମଧ୍ୟ ସମାନ ଅବସ୍ଥା ହୋଇଥିଲା ।

Leave a Reply

Your email address will not be published. Required fields are marked *