ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କଲା ବିସିସିଆଇ । ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଅଫ୍ ଆପେକ୍ସ କାଉନସିଲ୍ ଘରୋଇ କ୍ରିକେଟ୍ ରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି। ଏହା ମହିଳା କ୍ରିକେଟର ସ୍ୱାର୍ଥ ପାଇଁ ଏକ ସକାରାତ୍ମକ ପଦକ୍ଷେପ। ନୂଆ ମ୍ୟାଚ୍ ଫି ଅନୁଯାୟୀ ୨୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି । ଘରୋଇ ମ୍ୟାଚ୍ ପାଇଁ ପ୍ରତିଦିନ ମିଳିବ ୫୦ ହଜାର । ସିନିୟର ମହିଳା ଟୁର୍ଣ୍ଣାମେଣ୍ଟରେ (ଦିନିକିଆ ଓ ଟେଷ୍ଟ), ପ୍ଲେଇଂ ଏକାଦଶରେ ଥିବା ଖେଳାଳିମାନେ ପ୍ରତିଦିନ ୫୦,୦୦୦ ପାଇବେ, ଯେତେବେଳେକି ରିଜର୍ଭ ଖେଳାଳିମାନେ ୨୫ ହଜାର ଟଙ୍କା ପାଇବେ । ସେହିପରି ଟି-୨୦ ପାଇଁ ୨୫ ହଜାର ଓ ରିଜର୍ଭ ଖେଳାଳି ୧୨୦୦୦ ପାଇବେ । ଜୁନିଅର ଦଳରେ, ପ୍ଲେଇଂ ଏକାଦଶରେ ଥିବା ଖେଳାଳିମାନେ ପ୍ରତିଦିନ ୨୫୦୦୦ ପାଇବେ, ଯେତେବେଳେ ରିଜର୍ଭ ଖେଳାଳିମାନେ ୧୨୦୦୦ ପାଇବେ। ପୂର୍ବରୁ ଭାରତର ଅନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳିମାନଙ୍କ ପାଉଣା ବୃଦ୍ଧି କରି ପୁରୁଷ ଖେଳାଳିଙ୍କ ସହ ସମାନ କରାଯାଇଥିଲା । Post navigation Farmer Protest: ନବରଙ୍ଗପୁରର ଝରିଗାଁରେ ଚାଷୀଙ୍କ ଅନନ୍ୟ ପ୍ରତିବାଦ Tree Plantation Scam In Modi’s Name: ମୋଦୀଙ୍କ ନାମରେ ବୃକ୍ଷରୋପଣ ଠକେଇ; ୫୦୦ ସ୍ଥାନରେ ୨୦ ଗଛ ଲଗାଇ ୨ଲକ୍ଷ ୮୦ହଜାର ଚଳୁ