ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି । ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଲେ ସମସ୍ତ ବିଜେପି ବିଧାୟକ। ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଉଛି। ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏବେ ଏହା ଉପରେ ପୁନର୍ବିଚାର କରିବାକୁ ଦାବି ଜୋର ଧରିଛି। ଗୁରୁବାର ଦିନ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି ସମସ୍ତ ବିଜେପି ବିଧାୟକ। ତେବେ ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ; ରାଜ୍ୟ ସରକାର ବଢ଼ାଇଛନ୍ତି ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଦରମା ଏକ ଉତ୍ତମ ଜୀବନଶୈଳୀ ବଜାୟ ରଖିବା ପାଇଁ ପର୍ୟ୍ୟାପ୍ତ ନୁହେଁ ବୋଲି ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧାୟକ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରିଛନ୍ତି । ମୂଳ ଦରମା ପର୍ବରୁ ଥିଲା ୩୫୦୦୦ ଟଙ୍କା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । Post navigation Vigilance Raid: ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ VB-G RAM G Bill: ଲୋକସଭାରେ ପାରିତ ହେଲା VB–G RAM G ବିଲ୍