କେନ୍ଦୁଝରରେ ମହିଳା ଅଧ୍ୟାପିକାଙ୍କର ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ। ଗତକାଲି କେନ୍ଦୁଝର ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଥିଲା। ମାମଲାରେ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ପୋଲିସ। ଗତକାଲି ପ୍ରିୟଙ୍କାଙ୍କ ପରିବାର ରୁଦ୍ର ମିଶ୍ରଙ୍କ ନାଁରେ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ଅଧ୍ୟାପିକା ପ୍ରିୟଙ୍କା ଦାଶ ଗତ ୨ବର୍ଷ ପୂର୍ବେ ଏଠାରେ ଅଧ୍ୟାପନା କରୁଥିଲେ । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଯୋଗ୍ୟ; କେନ୍ଦୁଝର ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାସ ଆଜି ସକାଳେ ଘର ଚାବି ବନ୍ଦ କରି କଲେଜ ଯିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ନିଜକୁ ଅଧ୍ୟାପକ ବୋଲି କହି ଫୋନ ଯୋଗେ ଖବର ଦେଇଥିଲେ ଜଣେ ବ୍ୟକ୍ତି । ତେବେ ମୃତ ପ୍ରିୟଙ୍କାଙ୍କ ଗଳାରେ ଏକ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ କେନ୍ଦୁଝର ଟାଉନ୍ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଫୋନ କରିଥିବା ବ୍ଯକ୍ତି କେନ୍ଦୁଝର ପୁରୁଣା ବଜାରର ରୁଦ୍ର ମିଶ୍ର ବୋଲି ଏତଲାରେ ପ୍ରିୟଙ୍କାଙ୍କ ଘର ଲୋକେ ପୋଲିସକୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *