Oplus_131072

ସୁଦାନରୁ ଫେରିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ଧନ୍ୟବାଦ ଦେଇ ଆଦର୍ଶ ବେହେରା କହିଛନ୍ତି ଯେ ସେଠାରେ ମୁଁ ବହୁତ କଷ୍ଟରେ ଥିଲି। ସେ କହିଛନ୍ତି, ମୋ ମାଟିକୁ ମୁଁ ନିରାପଦ ଭାବେ ଫେରି ଆସି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଓ ମୋ ପରିବାର ରୁଣୀ ।

ଆଦର୍ଶ ଫେରିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ X ହାଣ୍ଡଲ ରେ ଲେଖିଛନ୍ତି ଯେ ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ସୁଦାନରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଜଗତସିଂହପୁରର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ନିଜ ଜନ୍ମମାଟିକୁ ଫେରିଛନ୍ତି ।

ବିଦେଶ ମାଟିରେ ବିପଦ ସମୟରେ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିଥିବା ଆଦର୍ଶଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଦର୍ଶ ନିଜ ପରିବାର ସହ ମିଳିତ ହେବା ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଆଦର୍ଶ ନିଜ ପରିବାର ପାଖକୁ ଫେରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *