ଗୋଆ ପବ୍ ଅଗ୍ନିକାଣ୍ଡ ଘଟଣାରେ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡରୁ ଭାରତ ଅଣାଯାଇଛି। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଗୋଆ ପୋଲିସ। ୨ ଅଭିଯୁକ୍ତ ଲୁଥ୍ରା ଭ୍ରାତା ସୌରଭ ଏବଂ ଗୌରବ ଦିଲ୍ଲୀରେ ପହଁଚିଛନ୍ତି । ଗୋଆ ଅଗ୍ନିକାଣ୍ଡର ୧୦ ଦିନ ପରେ ପହଞ୍ଚିଲେ । କଡ଼ା ସୁରକ୍ଷା ବଳୟରେ ଥାଇଲାଣ୍ଡରୁ ଅଣାଯାଇଛି। ଥାଇଲାଣ୍ଡରୁ ଆସି ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ପହଁଚିବା ପରେ ଗୋଆ ପୋଲିସ ଗିରଫ କରିଛି ।

ସୂଚନା ଯୋଗ୍ୟ; ଗତ ୬ ତାରିଖରେ ନାଇଟ୍ କ୍ଲବରେ ହୋଇଥିବା ଅଗ୍ନିକାଣ୍ଡରେ ୨୫ ଜଣା ପ୍ରାଣ ହରାଇଥିଲେ । ଘଟଣା ଘଟିବାର ପ୍ରାୟ ୧୦ ଦିନ ପରେ ନାଇଟ୍ କ୍ଲବ୍ ମାଲିକ ସୌରଭ ଏବଂ ଗୌରବଙ୍କୁ ଥାଇଲାଣ୍ଡରୁ ଭାରତକୁ ଅଣାଯାଇଛି । ଉଭୟ ଭାଇଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସିଧାସଳଖ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି । ବିମାନ ବନ୍ଦରରେ ଔପଚାରିକ କାଗଜପତ୍ର କାମ ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଛି । ଦିଲ୍ଲୀ ପୋଲିସ ଓ ଗୋଆ ପୋଲିସ ମିଳିତ ସହଯୋଗରେ ଉଭୟ ଭାଇଙ୍କୁ କଡ଼ା ସୁରକ୍ଷାରେ କୋର୍ଟ ନିଆଯାଇଥିଲା । ସେଠାରେ ଗୋଆ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବାକୁ ଆବେଦନ କରିବ । ଆଜି ରାତି ସୁଦ୍ଧା ସେମାନଙ୍କୁ ଗୋଆ ନିଆଯିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *