Odisha Assembly Passes Appropriation Bill
ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭,୪୪୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ସହ ଆଲୋଚନାରେ ଉତ୍ତର ରଖିଥିଲେ ।
 
ବ୍ୟୟ ମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନଆସିବା ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ।
 
ଏହା ଏକ ସନ୍ତୁଳିତ ବଜେଟ୍, ଯାହା ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି । ସେ କହିଛନ୍ତି ଯେ ଚାଷୀ, ମହିଳା, ଯୁବକ ଏବଂ ଗରିବଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।
 
ତେବେ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ରାଜ୍ୟରେ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା, ଦୁର୍ବଳ ଆର୍ଥିକ ପରିଚାଳନା ଏବଂ ବଜେଟ୍ ଖର୍ଚ୍ଚ ବିଫଳତାକୁ ନେଇ ବିଜେପି ସରକାରଙ୍କୁ ଘେରି ଥିଲେ ।

By Nirvay

Leave a Reply

Your email address will not be published. Required fields are marked *