ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ପିଲା ପଢିବେ ନୂଆ ବହି ।ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ । ଏ ନେଇ ଆଜି ସୂଚନା ଦେଇଛନ୍ତି ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି । ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାରି ରହିଛି । ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ସରକାର ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ମାନକ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ସରକାର ପାଠ୍ୟକ୍ରମ ସଂଶୋଧନ ବେଳେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ(NCERT) ଢାଞ୍ଚାକୁ ଅନୁସରଣ କରିବାକୁ ସରକାର ଯୋଜନା କରୁଛନ୍ତି। ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପାଠ୍ୟକ୍ରମର ପୁନଃ ଡିଜାଇନ୍ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। Post navigation Modi Putin Summit: ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍ଙ୍କ ମିଳିତ ପ୍ରେସ୍ ବିବୃତି New President of Bbsr Congress Committee: ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେବ: ଭକ୍ତ ଦାସ