ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଖାଲି ପଡିଛି ୧୪୩୦ ପଦବୀ । ଏଥିରୁ ୨୬୧ ଅଧ୍ୟାପକ, ୪୫୯ ସହଯୋଗୀ ଅଧ୍ୟାପକ ଓ ୭୧୦ ସହକାରୀ ଅଧ୍ୟାପକ ପଦବୀ ଖାଲି ପଡିଛି । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଆଜି ଧିରୁବ ଚରଣ ସାହୁଙ୍କ ପ୍ରଶ୍ନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟ କଲେଜ ଓ ଅନୁଦାନପ୍ରାପ୍ତ ଘରୋଇ କଲେଜଗୁଡିକରେ ବେଳେ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ରହିଛି ଓ ସେସବୁର ପୁରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ।

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବି ସରିଛି ।

ସେପଟେ ସରକାରୀ ମହାବିଦ୍ୟାଳୟରେ ୫୬୬ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୮୫ ପଦବୀ ପାଇଁ OPSC ବିଜ୍ଞାପନ ଜାରି କରିଥିଲେ । ତାହାର ଚୟନ ପ୍ରକ୍ରିୟା ଜାରି ଅଛି । ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ OPSCକୁ ଅନୁରୋଧ କରିଛନ୍ତି । ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *