ଇଣ୍ଡିଗୋ ବିମାନ ଉଡାଣ ଗୁରୁତର ପ୍ରଭାବିତ। ଦୁଇ ଦିନରେ ପ୍ରାୟ ୨୦୦ ବିମାନ ବାତିଲ ହୋଇଛି। କେବଳ ଗତକାଲି ଦିନକରେ ୧୫୦ ବିମାନ କ୍ୟାନସଲ ହୋଇଛି। କିଛିଦିନ ହେବ କେବଳ ଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ବିମାନବନ୍ଦରରୁ ପରିଚାଳିତ ଇଣ୍ଡିଗୋ ବିମାନଗୁଡ଼ିକର ଉଡ଼ାଣ ଘଣ୍ଟା ଘଣ୍ଟା ବିଳମ୍ବ ହୋଇଥିଲା କିମ୍ବା ଶେଷରେ ବାତିଲ ହୋଇଥିଲା। ଏହିପରି ଭାବେ ନଭେମ୍ବର ମାସରେ ଦେଶର ସବୁଠୁ ବଡ ଏୟାରଲାଇନ୍ସ ଇଣ୍ଡିଗୋର ୧୨୩୨ ଉଡାଣ ରଦ୍ଦ କିମ୍ବା ବାତିଲ୍ ହୋଇଛି । ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କ ଭିଡ଼ ଲାଗି ରହିଥିଲା।

ଗତ କିଛି ଦିନ ଧରି ଇଣ୍ଡିଗୋ ପାଇଁ ବିମାନ ବିଳମ୍ବ ଏକ ସମସ୍ୟା ପାଲଟି ଯାଇଛି। ଇଣ୍ଡିଗୋ ଆନୁଷ୍ଠାନିକ ଭାବରେ କହିଛି ଯେ ଏହାର କିଛି ବିମାନ ଚଳାଚଳ ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି, ଯେଉଁଥିରେ ଯାନ୍ତ୍ରିକ ସମସ୍ୟା, ବିମାନବନ୍ଦର ଭିଡ଼ ଏବଂ କାର୍ଯ୍ୟକ୍ଷମ ଆବଶ୍ୟକତା ସାମିଲ୍। ଆମର ଏୟାରଲାଇନ୍ସ ଯଥାଶୀଘ୍ର ଯାତ୍ରା ସ୍ଵାଭାବିକ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହା ବ୍ୟତୀତ, ପ୍ରଭାବିତ ଯାତ୍ରୀମାନଙ୍କୁ ବିକଳ୍ପ ବିମାନ କିମ୍ବା ଟଙ୍କା ଫେରସ୍ତ ପ୍ରଦାନ କରାଯାଉଛି। ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଆମର ମୂଲ୍ୟବାନ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ।

Leave a Reply

Your email address will not be published. Required fields are marked *